//BREAKING//
Loading...

ବାଟିଗୁଡା କ୍ୱାର୍ଜ।ଇଟ ଖଣି ଖନନ: ଜନଶୁଶାଣିରେ ତୀବ୍ର ବିରୋଧ କଲେ ଗ୍ରାମବାସୀ

 


ଜୁନାଗଡ଼,୧୯/୮ (ତର୍ଜମା ନିୟୁଜ):--- ବାଟିଗୁଡା ଗ୍ରାମ ନିକଟରେ ହେବାକୁ ଥିବା କ୍ୱାର୍ଟଯାଇଟ ଖଣି ଖନନ କାର୍ଯ୍ୟକ୍ରମ ର ଆଜି ଅନୁଷ୍ଠିତ ଜନଶୁଣାନୀ କାର୍ଯ୍ୟକ୍ରମ ରେ ଗ୍ରାମବାସୀ ତୀବ୍ର ବିରୋଧ କରି ମରିବୁ ପଛେ ଗ୍ରାମ ଦେବୀଙ୍କୁ ସେଠାରୁ ହଟାଇବୁ ନାହିଁ ଏବଂ ଜଙ୍ଗଲ ଓ ପରିବେଶ ସୁରକ୍ଷା ଦାବି କରିବାସହ ଏହାକୁ ତୀବ୍ର ବିରୋଧ କରିଥିଲେ ଏବଂ ଜନଶୁଣାନୀ ସ୍ଥଳୀରୁ ଚାଲି ଆସିଥିଲେ।ବାଟିଗୁଡା ଗ୍ରାମ ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ବୈତରୁ ଦୀପ, ରାୟଗଡା ଆଞ୍ଚଳିକ ପୋଲୁସନ ବୋର୍ଡ ଅଫିସର ଏକେ ଭୋଇ,ଧର୍ମଗଡ଼ ଉପଜିଲ୍ଲାପାଳ,ପ୍ରେକ୍ଷାଅଗ୍ରୱାଲ ଉପଖଣ୍ଡ ପୋଲିସ ଅଧିକାରୀ ଦୋଳମଣି ଭୋଇ ପ୍ରମୁଖ ଉପସ୍ଥିତ ରହି ଥିଲେ।ବାଟିଗୁଡା ଗ୍ରାମନିକଟରେ ୭. ୬୮ ହେକ୍ଟର ଜମି ରେ କମ୍ପାନୀ ୩୦ବର୍ଷ ପାଇଁ ଲିଜ ଆବେଦନ କରିଛି।ଏଥିରେ ପ୍ରଣତି ଏଣ୍ଟର ପ୍ରାଇଜେସ କମ୍ପାନୀ କ୍ୱାର୍ଟଯାଇଟ ପଥର ଉତ୍ତୋଲନକରି ନିଜର ବ୍ୟବସାୟ କରିବ।ଏଥିନେଇ ଜିଲ୍ଲା ପ୍ରଶାସନ ଓ ରାୟଗଡା ପୋଲୁସନ କଣ୍ଟ୍ରୋଲ ବୋର୍ଡ ତରଫରୁ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ହେଲେ ଜଙ୍ଗଲ ବଞ୍ଚାଅ ପରିବେଶ ବଞ୍ଚାଅ ସ୍ଲୋଗାନ ଦେଇ ଜଙ୍ଗଲ ସୁରକ୍ଷା ସମିତି ଓ ଜଙ୍ଗଲ ସୁରକ୍ଷା ସମିତି ମୋଟର ଗ୍ରାମ ପଞ୍ଚାୟତ ତରଫରୁ ହଜାର ହଜାର ମହିଳା ଓ ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟ ରାସ୍ତାରୁ ଆସି ତୀବ୍ର ବିରୋଧ କରିଥିଲେ।ସଭାସ୍ଥଳରେ ଗ୍ରାମବାସୀ ଓ ବିଭିନ୍ନ ସଂଗଠନର କର୍ମକର୍ତା ଉପସ୍ଥିତ ହୋଇ ଏହି କମ୍ପାନୀ ନିଜର ଲାଭ ପାଇଁ ଗ୍ରାମ୍ୟ ଜଙ୍ଗଲ ଜମିକୁ ନଷ୍ଟ କରିବାକୁ ବସିଛି ଏଥିନେଇ ଅନେକ ନିୟମକୁ ଉଲଂଘନ କରୁଛି ବୋଲି ନିଜର ଅଭିଯୋଗ ଆଣିଥିଲେ।

ଏହି ପାହାଡ ଉପରେ ନିଜର ବିଶ୍ୱାସ ଓ ଅସ୍ଥାର ପ୍ରତୀକ ମାଉଳିଙ୍କ ପୀଠସ୍ଥଳୀ ରହିଛି ଯିଏକି ଗ୍ରାମବାସୀଙ୍କୁ ସବୁବେଳେ ସୁରକ୍ଷା ଦେଇଆସିଛନ୍ତି।ଦୀର୍ଘ ବର୍ଷରୁ ଏଠାରେ ଜଙ୍ଗଲ ସୃଷ୍ଟି ହୋଇଛି,ନିକଟରେ ମୁଖ୍ୟ କେନାଲ ଓ ଗ୍ରାମ ରହିଛି ଯାହାକି ଅଂଚଳ ବାସୀଙ୍କ ସୁବିଧା ହେବା ଅପେକ୍ଷା ଅନେକ କ୍ଷତି କରିବ ବୋଲି ଅଭିଯୋଗ କରି ପ୍ରତିବାଦ କରିଥିଲେ। ମରିବୁ ପଛେ ଖଣି ଖନନ କୁ ପ୍ରଶ୍ରୟ ଦେବୁନାହିଁ ବୋଲି ସ୍ଲୋଗାନ ଦେଇ ସେଠାରୁ ଉଠି ଚାଲି ଆସିଥିଲେ। ଯାହାଫଳରେ ଏହି ଜନଶୁଣାନୀ କାର୍ଯ୍ୟକ୍ରମ ଭଣ୍ଡୁର ହୋଇଥିଲା।ଏହାପରେ ଉପସ୍ଥିତ ଅଧିକାରୀମାନେ ଗ୍ରାମବାସୀଙ୍କ ମତ ଓ ସମସ୍ୟାକୁ ନେଇ ସମ୍ମାନ ଦିଆଯିବ ଏହା ଅନୁଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଗଣ ମାଧ୍ୟମ ସାମ୍ନାରେ ନିଜର ଉତ୍ତର ରଖିଥିଲେ।ଏହି କାର୍ଯ୍ୟ କ୍ରମରେ କୋକସରା ବିଡ଼ିଓ ହିମାଞ୍ଚଳ ମାଝୀ , ତହସିଲଦାର କ୍ଷୀରୋଦ ବିହାରୀ ଭରତ ନାଗ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଜୟନାରାୟନ ହୋତା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe